ଲକ୍ଷ୍ନୌ : ଲକ୍ଷ୍ନୌରେ ଛାତିଥରା ଦୁର୍ଘଟଣା । ୬ ଜଣଙ୍କୁ ଚାପିଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର । ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଘଟାଇଲା ଭୟଙ୍କର ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇବା ପରେ ଛାତ୍ର ଜଣଙ୍କ ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କାନପୁର ରୋଡ୍ ସ୍ଥିତ ହନୁମାନ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ଦ୍ଵାଦଶ ଶ୍ରେଣୀ ଛାତ୍ର କାରରେ ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଏକ ଅଟୋକୁ ଧକ୍କା ଦେଇ ୬ ଜଣଙ୍କ ଉପରେ ଗାଡି ଚଢାଇ ଦେଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ୬ ବର୍ଷର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ସେପଟେ ଦୁର୍ଘଟଣା ଘଟାଇ ନାବାଳକ ଗାର୍ଲଫ୍ରେଣ୍ଡକୁ ଗାଡିରୁ ଓହ୍ଲାଇ ଦେଇ ଫେରାର୍ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ କରି ନାବାଳକ ଛାତ୍ରକୁ ଗିରଫ କରିଛି । ପୋଲିସ ଗାର୍ଲଫ୍ରେଣ୍ଡକୁ ପଚରାଉଚରା କରି କାର୍ ସହିତ ଫେରାର ନାବାଳକକୁ ଗିରଫ କରିଛି ।

