5500000 2 768x337

ଗୁଜରାଟ : ଗୁଜରାଟ ଅହମ୍ମଦାବାଦ ଏବଂ ଭଦୋଦରାର ଅନେକ ସ୍କୁଲକୁ ବୋମା ଧମକ । ବୋମା ଧମକ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ଅତିକମରେ ୨୮ ସ୍କୁଲକୁ ଇମେଲ୍ ମାଧ୍ୟମରେ ଧମକ ମିଳିଛି । ଭାରତକୁ ଖଲିସ୍ତାନରେ ପରିଣତ କରିବାକୁ ଉଲ୍ଲେଖ ରହିଛି । ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ବଢିଲା ସୁରକ୍ଷା । ସନ୍ଧାନୀ କୁକୁର ଓ ବୋମା ଉଦ୍ଧାରକାରୀ ସ୍କ୍ୱାଡ୍ ଦ୍ୱାରା ଯାଞ୍ଚ କରାଯାଇଥିଲା ହେଲେ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।

ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ସୋମବାର ସକାଳ ପ୍ରାୟ ୭ଟାରେ ଆସିଥିବା ଏହି ଧମକପୂର୍ଣ୍ଣ ଇମେଲ୍ରେ ଅପରାହ୍ନ ୧.୧୧ ରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଥିଲା । ଅଧିକାଂଶ ସ୍କୁଲକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ଅହମଦାବାଦର ୧୫ଟି ସ୍କୁଲକୁ ବୋମା ଧମକ ମିଳିଛି । ସେହିପରି ଭଦୋଦରାର ୧୩ଟି ସ୍କୁଲକୁ ବୋମା ଧମକ ମିଳିଛି ।

ସୋମବାର ସକାଳେ ଭଦୋଦରା ସହର ଏବଂ ଜିଲ୍ଲାର ୧୩ ରୁ ଅଧିକ ସ୍କୁଲକୁ ଏକକାଳୀନ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା, ଯାହା ପରେ ପୋଲିସ ସ୍କୁଲ କ୍ୟାମ୍ପସରେ ଯାଞ୍ଚ ଆରମ୍ଭ କରିଛି । ଭଦୋଦରାରେ ଡିଆର ଅମିନ ସ୍କୁଲ, ଉର୍ମି ସ୍କୁଲ, ନାଳନ୍ଦା ସ୍କୁଲ, ବାଗିଖାନାର ବରୋଦା ହାଇସ୍କୁଲ, ନବଯୁଗ ସ୍କୁଲ, ଜୀବନ ସାଧନା, ଶାନେନ ସ୍କୁଲ, ବ୍ରାଇଟ୍ ଡେ ସ୍କୁଲ, ଆତ୍ମୀୟ ବିଦ୍ୟାଳୟ, ଡନ୍ ବୋସ୍କୋ ମକରପୁରା, ବିଲ୍ଲାବଙ୍ଗ, ଅକ୍ସିଲିୟମ୍ କନଭେଣ୍ଟ, ଜେନିଥ୍ ସ୍କୁଲ, ଆମେରିକୀୟ ସ୍କୁଲ, ଏବଂ ଗ୍ରୀନ୍ ଭ୍ୟାଲି ସ୍କୁଲ, ଜିପିଏସ୍ ଏବଂ ଏଡବ୍ଲୁଏସ୍ ଡାଭୋଇକୁ ବୋମା ଧମକ ଦିଆଯାଇଥିଲା ।

Share