ଭୁବନେଶ୍ବର ୧୭/ ୦୨: ମାର୍ଚ୍ଚ ୭ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ୨ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । କଟକ ଜିଲ୍ଲାର ମୁଣ୍ଡୁଳି ଯାଇ ସିଆରପିଏଫ୍ କ୍ୟାମ୍ପସର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହା ସହ ଗୃହମନ୍ତ୍ରୀ ରାଜ୍ୟରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା କରିବା ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ସହ ଜଡିତ କାର୍ଯ୍ୟାନ୍ବୟନ ଏବଂ ପ୍ରସ୍ତୁତିର ମୂଲ୍ୟାଙ୍କନ କରିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ନୂଆ କ୍ରିମିନାଲ ଆଇନ ଭାରତୀୟ ନ୍ୟାୟ ସଂହିତାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିପାରନ୍ତି ଗୃହମନ୍ତ୍ରୀ ।
