Mohammed shami 1068x601

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ଶୁକ୍ରବାର ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ତାଙ୍କ ପତ୍ନୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି। ଯେଉଁଥିରେ ତାଙ୍କ ଭରଣପୋଷଣ ଆବେଦନ ଏବଂ ଘରୋଇ ହିଂସା ଅଭିଯୋଗ ସମେତ ବିଭିନ୍ନ ବୈବାହିକ କାର୍ଯ୍ୟକୁ ପଶ୍ଚିମବଙ୍ଗରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି।
ଶାମୀଙ୍କ ପତ୍ନୀ ହାସିନ ଜାହାନଙ୍କ ଦ୍ୱାରା ଦାୟର ଆବେଦନଗୁଡ଼ିକୁ ବିଚାରପତି ମନୋଜ ମିଶ୍ର ଏବଂ ମନମୋହନଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ କରାଯାଇଥିଲା। ଜାହାନ କହିଛନ୍ତି ଯେ ତାଙ୍କ ଝିଅର ବିକାଶ ଏବଂ ପାଠପଢ଼ା ପାଇଁ ସେ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଥିଲେ। ତେଣୁ, ପଶ୍ଚିମବଙ୍ଗରେ ଶୁଣାଣିରେ ଯୋଗ ଦେଇପାରିବେ ନାହିଁ। ଦିଲ୍ଲୀରୁ ୧୫୦୦କିମି ଦୂରରେ ତାଙ୍କୁ ମାମଲା ଲଢ଼ିବାକୁ ଏବଂ ନାବାଳିକା ଝିଅ ପାଇଁ ଗୁରୁତର ପକ୍ଷପାତ ଓ ଅସୁବିଧା ସୃଷ୍ଟି କରିବବୋଲି ଉଲ୍ଲେଖ କରାଯାଇଛି। ସେ ଆହୁରି ଯୁକ୍ତି ଦେଇଥିଲେ ଯେ, ଶାମି ବିଭିନ୍ନ ଦେଶ ଭ୍ରମଣ କରନ୍ତି ତେଣୁ ଦିଲ୍ଲୀରେ ମାମଲା ଲଢ଼ିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ଏବଂ ପଦକ୍ଷେପ ଅଛି। ତାଙ୍କ ପରିବାର ଉତ୍ତର ପ୍ରଦେଶରେ ରୁହନ୍ତି, ଯାହା କୋଲକାତା ତୁଳନାରେ ଦିଲ୍ଲୀର ନିକଟତର। ଜାହାନଙ୍କ ପାଇଁ ଓକିଲ ଦୀପକ ପ୍ରକାଶ, ଶ୍ରୀରାମ ପରକ୍କଟ ଏବଂ ଦିବ୍ୟାଙ୍ଗନା ମଲ୍ଲିକ ହାସିନ ଜାହାନଙ୍କ ପକ୍ଷରେ ହାଜିର ହୋଇଥିଲେ।
ଶାମି ଏପ୍ରିଲ ୨୦୧୪ରେ ଜାହାନଙ୍କୁ ବିବାହ କରିଥିଲେ ଏବଂ ଜୁଲାଇ ୨୦୧୫ରେ ଏକ କନ୍ୟା ସନ୍ତାନର ପିତା ହୋଇଥିଲେ। ଜାହାନଙ୍କର ପୂର୍ବ ବିବାହରୁ ଦୁଇଟି କନ୍ୟା ସନ୍ତାନ ଥିଲେ। ୨୦୧୮ରେ ଶାମୀଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ କରିଥିଲେ ଜାହାନା। ପରେ ସେ ଘରୋଇ ହିଂସାରୁ ମହିଳା ସୁରକ୍ଷା ଆଇନ (DV ଆଇନ) ଅଧୀନରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ୧୦ଲକ୍ଷ ଟଙ୍କା ଭରଣପୋଷଣ ପାଇଁ ,୭ଲକ୍ଷ ଟଙ୍କା ନିଜ ପାଇଁ ଏବଂ ୩ଲକ୍ଷ ଟଙ୍କା ତାଙ୍କ ଝିଅ ପାଇଁ ଦାବି କରାଯାଇଥିଲା।
ଟ୍ରାଏଲ୍ କୋର୍ଟ ଶାମିଙ୍କୁ ମାସିକ ଭରଣପୋଷଣ ପାଇଁ ୧.୩ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ଜୁଲାଇ ୨୦୨୫ରେ ହାଇକୋର୍ଟ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ପତ୍ନୀଙ୍କୁ ୧,୫୦,୦୦୦ଟଙ୍କା ଏବଂ ଝିଅକୁ ୨,୫୦,୦୦୦ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଜାହାନ ପ୍ରତି ମାସରେ ଭରଣପୋଷଣ ପରିମାଣ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହି ମାମଲା ସୁପ୍ରିମକୋର୍ଟରେ ଏବେବି ବିଚାରାଧୀନ ଅଛି।

Share