Bijaya

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ବମ୍ବେ ହାଇକୋର୍ଟକୁ କହିଛନ୍ତି ଯେ ସେ ୟୁନାଇଟେଡ୍ କିଙ୍ଗଡମ୍ ରୁ ଭାରତ ଫେରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବେ ନାହିଁ। ଏଫଇଓ ଆଇନ ର ବୈଧତାକୁ ଚ୍ୟାଲେଞ୍ଜ କରି ତାଙ୍କ ଆବେଦନର ଶୁଣାଣି କରିବା ସମୟରେ ଦେଶକୁ ଫେରିବା ବିଷୟରେ କୋର୍ଟଙ୍କ ପ୍ରଶ୍ନର ଉତ୍ତରରେ ମାଲ୍ୟା ଏହି ବୟାନ ଦେଇଛନ୍ତି। ମୁଖ୍ୟ ବିଚାରପତି ଚନ୍ଦ୍ରଶେଖର ଏବଂ ବିଚାରପତି ଗୌତମ ଅଙ୍ଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁନର୍ବାର କହିଛନ୍ତି ଯେ ଯଦି ମାଲ୍ୟା ଚାହାଁନ୍ତି ଯେ କୋର୍ଟ ତାଙ୍କ ଆବେଦନ ଉପରେ ବିଚାର କରନ୍ତୁ। ତେବେ ସେ ଭାରତ ଫେରି ଆସିବା ଉଚିତ। ମାଲ୍ୟା ଉତ୍ତର ଦେଇଥିଲେ ଯେ ସେ ଏକ ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବେ ନାହିଁ , କାରଣ ତାଙ୍କ ପାଖରେ ଆଉ ତାଙ୍କର ଭାରତୀୟ ପାସପୋର୍ଟ ନାହିଁ। ୨୦୧୬ ମସିହାରେ ଭାରତ ସରକାର ଏହାକୁ ରଦ୍ଦ କରିଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ବ୍ରିଟିଶ୍ କୋର୍ଟର ନିର୍ଦ୍ଦେଶ ତାଙ୍କୁ ଦେଶ ଛାଡିବାକୁ ବାରଣ କରୁଛି।

ମାଲ୍ୟାଙ୍କ ଓକିଲ, ବରିଷ୍ଠ ଓକିଲ ଅମିତ ଦେଶାଇ, କୋର୍ଟରେ ଏକ ବିବୃତ୍ତି ପାଠ କରିଥିଲେ। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ , ତାଙ୍କୁ ଇଂଲଣ୍ଡ ଏବଂ ୱେଲ୍ସ ଛାଡିବାକୁ କିମ୍ବା କୌଣସି ଆନ୍ତର୍ଜାତୀୟ ଯାତ୍ରା ଡକ୍ୟୁମେଣ୍ଟ ପାଇଁ ଆବେଦନ କରିବାକୁ ଅନୁମତି ନାହିଁ। ଯେକୌଣସି ପରିସ୍ଥିତିରେ, ଆବେଦନକାରୀ ଭାରତ ଫେରିବା ପାଇଁ ଏକ ସଠିକ୍ ସମୟସୀମା ପ୍ରଦାନ କରିପାରିବେ ନାହିଁ। ଦେଶାଇ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏଫଇଓ ଆଇନର କ୍ଷମତାକୁ ଚ୍ୟାଲେଞ୍ଜ କରି କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ପାଇଁ ମାଲ୍ୟାଙ୍କୁ ଦେଶରେ ରହିବାର ଆବଶ୍ୟକତା ନାହିଁ।

Share