Delhi 3

ନୂଆଦିଲ୍ଲୀ: ଆକାଶରେ ମର୍ମନ୍ତୁଦ ଦୁର୍ଘଟଣା । ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ କ୍ରାସ, ୭ ମୃତ । ଝାଡ଼ଖଣ୍ଡର ଚାତ୍ରା ଜିଲ୍ଲା ସିମରିଆ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାରଆମ୍ବୁଲାନ୍ସ କ୍ରାସ ଯୋଗୁ ଏଥିରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକଙ୍କ ମଧ୍ୟରେ ଜଣେ ରୋଗୀ , ଜଣେ ଡାକ୍ତର, ଜଣେ ପାରାମେଡିକ୍, ଦୁଇଜଣ ସମ୍ପର୍କୀୟ ଏବଂ ଦୁଇଜଣ ପାଇଲଟ୍ ଥିଲେ । ଚାତ୍ରା ଜିଲ୍ଲାପାଳ କୀର୍ତ୍ତିଶ୍ରୀ ଜି. ଦୁର୍ଘଟଣାରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ରେଡବାର୍ଡ ଏୟାରୱେଜ୍ ର ‘ବିଚ୍ କ୍ରାଫ୍ଟ C90’ ଟ୍ୱିନ୍-ଇଞ୍ଜିନ ବିମାନ ବୋଲି ଜଣାପଡିଛି ।

ବିମାନଟି ରାଞ୍ଚି ବିମାନ ବନ୍ଦରରୁ ରାତି ୭:୧୧ରେ ଉଡ଼ାଣ ଭରିଥିଲା । ଠିକ୍ ୨୩ ମିନିଟ୍ ପରେ ଅର୍ଥାତ୍ ୭:୩୪ରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖରାପ ପାଗ ଯୋଗୁଁ ବିମାନଟି ରାସ୍ତା ବଦଳାଇବାକୁ ଚେଷ୍ଟା କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାସ୍ଥଳ ଘଞ୍ଚ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ଉପୁଜିଥିଲା । ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ AAIB ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।  ଅନ୍ୟପଟେ ପ୍ରବଳ ଝଡ଼ବର୍ଷା ପାଇଁ ବିମାନ ଦୁର୍ଘଟଣା ହୋଇଥିବା କହିଛନ୍ତି ଜିଲ୍ଲାପାଳ ।  କହିଛନ୍ତିଡାକ୍ତରୀ ଦଳ ସେଠାରେ ପହଞ୍ଚିବା ବେଳକୁ ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା ।

Share