ତେହେରାନ: ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଇରାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି କରିଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ କହିଛି କି, କୌଣସି ପରିସ୍ଥିତିରେ ହେଉ ଆଜି ଇରାନ ଛାଡିଦିଅନ୍ତୁ । ଇରାନ ଉପରେ ଖୁବ୍ଶୀଘ୍ର ହେବ ପ୍ରଚଣ୍ଡ ଆକ୍ରମଣ । ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ବି ଘଟିପାରେ । ତେହେରାନ ଉପରେ ଆମେରିକା ଆକ୍ରମଣ ଆଶଙ୍କା ବଢିଛି । ଏ ନେଇ ଭାରତ ତାର ନାଗରିକଙ୍କ ସୁରକ୍ଷାକୁ ଧ୍ୟାନ ଦେଇ ତୁରନ୍ତ ଇରାନ ଛାଡିବାକୁ କହିଛି । ଇରାନରେ ଏବେ ପିରିସ୍ଥିତି ଗମ୍ଭୀର ରହିଛି । ଭାରତୀୟ ନାଗରିକଙ୍କୁ ସତର୍କ କରିଛି ଭାରତୀୟ ଦୂତାବାସ ।
ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ, ତେହେରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଦେଇଛି । ଏକ୍ସରେ ଜାରି କରାଯାଇଥିବା ଏକ ପରାମର୍ଶରେ, ଦୂତାବାସ କହିଛି ଯେ, ”ଛାତ୍ର, ତୀର୍ଥଯାତ୍ରୀ , ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ, ବାଣିଜ୍ୟିକ ବିମାନ ସମେତ ଉପଲବ୍ଧ ଉପାୟରେ ଇରାନ ଛାଡିବା ଉଚିତ୍ । ବର୍ତ୍ତମାନ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଇଛି । ସମସ୍ତ ଭାରତୀୟ ସର୍ବଦା ସେମାନଙ୍କର ପାସପୋର୍ଟ, ପରିଚୟପତ୍ର ଏବଂ ଅନ୍ୟାନ୍ୟ ଟ୍ରାଭେଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ରଖ । ଯେକୌଣସି ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରନ୍ତୁ ।”
ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛି, ଯାହା ଦ୍ୱାରା ଦୂତାବାସରେ ଯୋଗାଯୋଗ କରାଯାଇପାରିବ । ନମ୍ବର ଗୁଡିକ ଗେଲା +୯୮ ୯୧୨ ୮୧୦ ୯୧୧୫, +୯୮ ୯୧୨ ୮୧୦ ୯୧୦୯ ,+୯୮ ୯୧୨ ୮୧୦ ୯୧୦୨, +୯୮ ୯୯୩ ୨୧୭ ୯୩୫୯ ।
ସମ୍ଭାବ୍ୟ ଯୁଦ୍ଧ ପାଇଁ ଇରାନ ବି ସାମରିକ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଇରାନ ତାର କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ରଣନୀତିକ ସ୍ଥାନରେ ମୁତୟନ କରିଛି । ଘନ ଘନ ଯୁଦ୍ଧାଭ୍ୟାସ ଜାରି ରଖିଛି । ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ ସୁରକ୍ଷା ବଳଗୁଡ଼ିକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।

