ନୂଆଦିଲ୍ଲୀ : ରାଞ୍ଚରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାର ଆମ୍ବୁଲାନ୍ସରେ ନଥିଲା ବ୍ଲାକବକ୍ସ । ଝାଡ଼ଖଣ୍ଡର ରାଞ୍ଚି ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ନ ଥିଲା ବ୍ଲାକବକ୍ସ। ଗତ ୪ ବର୍ଷ ଧରି ବିମାନର ବ୍ୟବହାର ହୋଇନଥିଲା ।
ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାର ଆମ୍ବୁଲାନ୍ସ ରାଞ୍ଚିର ଚାତ୍ରା ଜିଲ୍ଲା ସିମରିଆ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ କ୍ରାସ ହୋଇଥିଲା । ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । DGCA ଓ AAIBର ତଦନ୍ତ ପରେ ଜଣାପଡ଼ିବ ଦୁର୍ଘଟଣାର ପ୍ରକୃତ କାରଣ ।
ପାଇଲଟ କ୍ୟାପଟେନ ବିବେକ ବିକାଶ ଭଗତଙ୍କର ୧,୪୦୦ ଘଣ୍ଟା ପ୍ଲାଇଟ୍ ଉଡ଼ାଇବାର ଅଭିଜ୍ଞତା ଥିଲା । ସହ-ପାଇଲଟ କ୍ୟାପଟେନ ସଭରାଜଦୀପ ସିଂହଙ୍କ ପାଖରେ ୪୫୦ ଘଣ୍ଟା ଉଡ଼ାଅ ଅନୁଭବ ରହିଛି । ବିମାନରେ ବ୍ଲାକ୍ ବକ୍ସ (କକପିଟ୍ ଭଏସ୍ ରେକର୍ଡର କିମ୍ବା ଫ୍ଲାଇଟ୍ ଡାଟା ରେକର୍ଡର ନଥିଲା । ବେସାମରିକ ବିମାନ ଚଳାଚଳ ନିମୟ ଅନୁଯାୟୀ ୫,୭୦୦ କିଲୋଗ୍ରାମରୁ କମ୍ ଓଜନର ବିମାନ ପାଇଁ ସିଭିଆର କିମ୍ବା ଏଫଡିଆର ବାଧ୍ୟତାମୂଳକ ନୁହେଁ । ୧୯୮୭ରେ ବିମାନଟି ତିଆରି ହୋଇଥିଲା । ୨୦୨୨ରେ ରେଟବର୍ଡ ଓରିଏଣ୍ଟ ପ୍ଲାଇଙ୍କ ସ୍କୁଲକରୁ କିଣାଯାଇଥିଲା । ୨୦୧୮ରୁ ୨୦୨୨ ଯାଏ ବ୍ୟବହାର ହୋଇନଥିଲା । ଏହା ପଛରେ କାରଣ ଜଣାପଡିନାହିଁ ।

