Ashutosh

ପ୍ରୟାଗରାଜ : ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବିରୋଧରେ ନାବାଳିକା ଯୌନ ଉତ୍ପୀଡନ କେସ୍ ରୁଜୁ କରୁଥିବା ଆଶୁତୋଷ ବ୍ରହ୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଆଶୁତୋଷ ବ୍ରହ୍ମଚାରୀ ଗାଜିଆବାଦରୁ ରିୱ ଏକ୍ସପ୍ରେସ ଟ୍ରେନରେ ପ୍ରୟାଗରାଜ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଟ୍ରେନ ଭିତରେ ଆକ୍ରମଣକାରୀ ଅସ୍ତ୍ର ଧରି ଆକ୍ରମଣ କରିଥିଲେ ।

ଆଶୁତୋଷ ବ୍ରହ୍ମଚାରୀ ମୁତାବକ, ରିୱା ଏକ୍ସପ୍ରେସ ଏଚ-୧ କୋଚରେ ଯାତ୍ରା କରୁଥିଲେ । ଏହି ସମୟରେ ଫତେହପୁର ଏବଂ କୌଶାମ୍ବୀ ଜିଲ୍ଲାର ସିରାଥୁ ରେଲୱେ ଷ୍ଟେସନ ମଧ୍ୟରେ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ । ଆକ୍ରମଣକାରୀ ହାତରେ ଅସ୍ତ୍ର ଧରି ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଦେଖି ଆଶୁତୋଷ ବ୍ରହ୍ମଚାରୀ ଭୟଭୀତ ହୋଇ ଟ୍ରେନ ଟଏଲେଟରେ ଲୁଚି ରହି ନିଜ ଜୀବନ ବଞ୍ଚାଇଥିଲେ ।

ଏହି ଆକ୍ରମଣରେ ଆଶୁତୋଷ ବ୍ରହ୍ମଚାରୀଙ୍କ ଶରୀରରେ ଅନେକ ଆଘାତ ଲାଗିଛି । ଟ୍ରେନ ପ୍ରୟାଗରାଜ ଜଙ୍କସନରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ପାଇଁ ହସପିଟାଲ ଯାଇଥିଲେ ଆଶୁତୋଷ ବ୍ରହ୍ମଚାରୀ । ଘଟଣଶ ପରେ ଆଶୁତୋଷ ବ୍ରହ୍ମଚାରୀ ପ୍ରୟାଗରାଜ ଜଙ୍କସନ ସ୍ଥିତ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାରେ ଏଫଆଇଆର ଦାୟର କରି ଯାଞ୍ଚ ଆରମ୍ଭ କରୁଛି ।

Share