08bbs 101 08032026 112 2026 03 08 21 03 13

ପାଟନା: ବିହାରର ମଧୁବନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଗାଁ ମୁଖିଆଙ୍କ ପୁଅ ଓ କିଛି ଲୋକ ଜଣେ ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇବା ପରେ ଡାକ୍ତରଖାନାରେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମକ୍‌ତୁବ୍‌ ମିଡିଆ ପକ୍ଷରୁ ଶନିବାର ପ୍ରକାଶିତ ଖବର ଅନୁଯାୟୀ, ମୃତ ମହିଳା ରୋଶନ ଖାତୁନ୍‌ ମଧୁବନିର ଘୋଘରଡିହ ଆମହି ଗାଁର ବାସିନ୍ଦା।

ରୋଶନ ଖାତୁନ ଫେବ୍ରୁଆରି ୨୮ ତାରିଖରେ ଗାଁର ଏକ ବିବାଦର ସମାଧାନ ପାଇଁ ଗାଁ ମୁଖିଆ କୁମାରୀ ଦେବୀଙ୍କ ଘରକୁ ଯାଇଥିଲେ। କିନ୍ତୁ କୁମାରୀ ଦେବୀଙ୍କ ପୁଅ ମନୁ ସିଂହ ଓ କିଛି ଲୋକ ମହିଳାଙ୍କ ଉପରେ ଅତି ନିର୍ମମ ଭାବେ ଆକ୍ରମଣ କରି ତାଙ୍କୁ ଗୁରୁତର ଭାବେ ଆହତ କରିଦେଇଥିଲେ। ମାର୍ଚ୍ଚ ୧ ତାରିଖରେ ପାଟନା ମେଡିକାଲ କଲେଜରେ ତାଙ୍କର ମୃତ୍ୟୁ ହୋଇଥିଲା। ମହିଳା ରମଦାନ ମାସ ପାଇଁ ଉପବାସ କରିଥିବାବେଳେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ସେ ପାଣି ମାଗୁଥିବାବେଳେ ଲୋକମାନେ ତାଙ୍କୁ ପରିସ୍ରା ମିଶା ମଦ ପିଇବାକୁ ଦେଇଥିଲେ। ଖାତୁନ୍‌ଙ୍କୁ ଏକ ଖୁଣ୍ଟରେ ବାନ୍ଧି ଲୋକମାନେ ପ୍ରବଳ ପିଟିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିବା ମକତୁବ୍‌ ପ୍ରକାଶ କରିଛି। ମହିଳାଙ୍କ ସ୍ବାମୀ ଅଭିଯୁକ୍ତଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ପୁଲିସ ଏହି ମାମଲାରେ ଏକ ଏତଲା ରୁଜୁ କରିଥିବାବେଳେ ଅଭିଯୁକ୍ତ ମନୁ ସିଂହକୁ ଅଟକ ରଖି ପଚରାଉଚରା କରୁଛି। ମନସୁରୀ ସମ୍ପ୍ରଦାୟର ରାଜ୍ୟ ସଭାପତି ଅଜୟ ମନସୁରୀ ଏହି ମାମଲାରେ ଆଇନଗତ ଲଢ଼େଇ ଲଢ଼ିବେ ବୋଲି କହିଛନ୍ତି।

Share