ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି। ରାଜମହଲ ଛକରେ ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇ ଏପରି ଉଦ୍ୟମ କରିଛନ୍ତି।
ରାମନବମୀ ଉତ୍ସବ ପାଳନରେ ରାଜଧାନୀ ଚଳଚଞ୍ଚଳ ହେଉଥିବା ସମୟରେ ପ୍ରମୁଖ ଛକ ରାଜମହଲରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ କେଦାରପଲ୍ଲୀ ବସ୍ତିର ସୁଶାନ୍ତ କୁମାର ନାୟକ। ପାରିବାରିକ କଳହ ପାଇଁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପ୍ରଥିମ ସୂଚନା ମିଳିଛି। ତେବେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଦେହରେ ସୁଶାନ୍ତ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ଭୁବନେଶ୍ୱର ମହାନଗର ନିଗମରେ କାମ କରନ୍ତି।

