Iran 9

ନୂଆଦିଲ୍ଲୀ: ସାଉଦି US ଘାଟିକୁ ଇରାନର ଆକ୍ରମଣ! । ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ ଆହତ ହୋଇଛନ୍ତି, ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ଆକ୍ରମଣରେ ଆମେରିକା ବାୟୁସେନାର କିଛି ତେଲ ଭରୁଥିବା ବିମାନ ନଷ୍ଟ ହୋଇଯାଇଛି । ସାଟେଲାଇଟ୍ ଚିତ୍ରରୁ ବିମାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି । ପ୍ରାଥମିକ ସୂଚନା ଅନୁସାରେ ୧୦ ରୁ ୧୨ ଜଣ ସୈନ୍ୟ ଆହତ ହୋଇଛନ୍ତି ।

ତେବେ ଏପର୍ଯ୍ୟନ୍ତ କୌଣସି ସୈନ୍ୟଙ୍କ ମୃତ୍ୟୁ ଖବର ଆସିନାହିଁ। ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପରେ ମଧ୍ୟ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହା ଇରାନର ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କୁହାଯାଉଛି । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଇରାନ ନିଜର ଆକ୍ରମଣ ଜାରି ରଖିଛି । ଆମେରିକା ପ୍ରତିରକ୍ଷା ବିଭାଗ ଘଟଣା ଉପରେ ନଜର ରଖିଛି ।

Share