Elephant attack 1

ଅନୁଗୁଳ : ଅନୁଗୁଳରେ ହାତୀ ଆକ୍ରମଣରେ ମାଆ ଓ ଝିଅ ମୃତ । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମଧୁପୁର ନିକଟରେ ହାତୀ ଆକ୍ରମଣ କରିଛି । ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବହୁଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ ଭାବେ କାମ କରନ୍ତି । ମାଆ ଓ ଝିଅ ମଧ୍ଯ ସେଠାରେ ରହୁଥୂଲେ । । ଗତକାଲି ରାତିରେ ସେମାନେ ମଧୁପୁର ଅଞ୍ଚଳକୁ ଦଣ୍ଡ ନାଚ ଦେଖୁବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ହେଲେ ବାଟରେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଉଭୟ ୟଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ପୁଲିସ ବିଳମ୍ବିତ ରାତିରେ ଘଟଣା ସ୍ଥଳକୁ ଯାଇ ଉଭୟ ମୃତଦେହକୁ ମୁଖ୍ୟ ଚି ଚିକିତ୍ସାଳୟକୁ ପଠାଇଛି ।

ପୂର୍ବ ମାସରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବକ ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ଭୋରୁ ଶୌଚ ପାଇଁ ଯାଇଥିବା ସମୟରେ ଯୁବକ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

Share