School

ଭୁବନେଶ୍ୱର : କେବେ ଖରା ଛୁଟି ହେବ ନିଷ୍ପତ୍ତି ହୋଇନି । ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି ହୋଇଛି । ଛୁଟି ଭିତରେ ସମସ୍ତଙ୍କୁ ଡ୍ରେସ ଯୋଗାଇ ଦିଆଯିବ। ତେବେ କେବେ ସ୍କୁଲ ଛୁଟି ହେବ କିଛି ନିଷ୍ପତ୍ତି ହୋଇନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସମୟ ଦେଖି ସଠିକ୍ ସମୟରେ ନିଷ୍ପତ୍ତି ନିଆଯିବ।

ଏଥରକ ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିଲା । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ତୁରନ୍ତ ଜିଲ୍ଲାସ୍ତରୀୟ କମିଟି ୟୁନିଫର୍ମ ବଣ୍ଟନ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ୟୁନିଫର୍ମ, ହାଉସଡ୍ରେସ୍, ଜୋତା, ମୌଜା ମିଳିବ । ସେହିପରି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟପତ୍ର ଓ ଟୋପି ଦିଆଯିବ । ପୂର୍ବରୁ ପୋଷାକ ତିଆରି ଦାୟିତ୍ୱରେ ଥିବା ମହିଳା ଏସଏଚଜି, ଏମଏସଇ, ଏସଏମସି, ଏସଏମଡିସି, ଭିଏମଡିସିଙ୍କୁ ପରିବର୍ତ୍ତନ କରାଯିବନି । ଜିଲ୍ଲାସ୍ତରୀୟ କମିଟି ପୋଷାକ ବଣ୍ଟନ କାମ ତଦାରଖ କରିବେ ।

Share