Bjd

ଭୁବନେଶ୍ୱର : ମହିଳାଙ୍କ ସମାନତା ପାଇଁ ବିଜେଡିର ଆହ୍ୱାନ ।  ଆଜିଠାରୁ ୨୫ ତାରିଖ ଯାଏଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଆରମ୍ଭ । ମାଆର ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ଲଢ଼େଇ ଚାଲିବ । ନବୀନ ପଟ୍ଟନାୟକଙ୍କ ଶାସନ ଓ ବିଜୁ ବାବୁଙ୍କ ଶାସନରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ।

ନବୀନ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତକୁ ବଢ଼ାଇଥିଲେ । ୮୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିଲେ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ଏବେ ବିଜେପି ସରକାରରେ ୪୮ ହଜାର ମହିଳା ନିର୍ଯାତନା ମାମଲା ହେଲାଣି ।

ଭରତପୁର, ଢେଙ୍କାନାଳ, ଗୋପାଳପୁର, ହିଞ୍ଜିଳି ସବୁଠି ମହିଳା ନିର୍ଯାତନା ଘଟଣା ସାମ୍ନାକୁ ଆସିଛି। ମହିଳା ସଂରକ୍ଷଣ ବିଲ ୨୦୨୩ ରେ ପାରିତ ହୋଇଥିଲା, ହେଲେ ମହିଳା ବିରୋଧୀ ବିଜେପି ଏହି ସଂରକ୍ଷଣ ଲାଗୁ କଲେନି । ଏହା ବିରୋଧରେ ବିକ୍ଷୋଭ କରାଯିବ । ପଞ୍ଚାୟତ ଓ ବ୍ଳକସ୍ତରରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

Share