Akashbani

କଟକ : ୯୦ ବର୍ଷରେ ପଦାର୍ପଣ କଲା ଆକାଶବାଣୀ କଟକ କେନ୍ଦ୍ର ।  ଆସନ୍ତା ଜୁନ୍ ୮ ରେ ଆକାଶବାଣୀ କଟକ କେନ୍ଦ୍ର  ତା’ର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ।  କଟକ ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।  ପ୍ରତିଷ୍ଠା ଦିବସ ଅବସରରେ ରୀତା ପଟ୍ଟନାୟକ, ଅମିତ ଦାସ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ।

ଖଗେଶ୍ୱର ମାର୍ଥା ଓ ତାଙ୍କ ସାଥୀମାନେ ପାଲା ପରିବେଷଣ କରିଥିଲା ବେଳେ ରବି ଶତପଥୀ ଓ ତାଙ୍କ ସାଥୀମାନେ ଦାସକାଠିଆ ପରିବେଷଣ କରିଥିଲେ ।  କଟକ ଆକାଶବାଣୀ କେନ୍ଦ୍ରର ର ପ୍ରାକ୍ତନ ଉପ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।  କେନ୍ଦ୍ରର ମୁଖ୍ୟ ଜେକେ ନାଗର ଏବଂ ଭି ଏ ରାମପ୍ରସାଦ ସ୍ଵାଗତ ଭାଷଣ ଦେଇଥିଲେ ।  ଶେଷରେ ଅତିଥିମାନେ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Share