Img 20260510 wa0112

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବଟ୍ରେଜେରୀରେ ଅର୍ଥ ତୋଷାରପାତ ଅଭିଯୋଗରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ ଚାନ୍ଦବାଲି ସବଟ୍ରେଜେରୀ ଅଫିସର ସହକାରୀ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ସବଟ୍ରେଜେରୀ ଅଧିକାରୀ ସନ୍ତୋଷ କୁମାର ପଣ୍ଡା ୨୦୧୮ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ୮କୋଟି ୪ଲକ୍ଷ ୭୬ହଜାର ୧୪୬ ଟଙ୍କା ଅର୍ଥ ତୋଷାରପାତ କରିଥିଲେ। ସଂପୃକ୍ତ ସହକାରୀ ପଣ୍ଡା ସବଟ୍ରେଜେରୀ ଅଫିସରଙ୍କ ଡିଜିଟାଲ ଦସ୍ତଖତ କରି ୧୦୨ଜଣ ପେନସନଭୋଗୀ କର୍ମଚାରୀଙ୍କ ପେନସନ, ଗ୍ରାଚୁଇଟି ଟଙ୍କା ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ ନକରି ନିଜେ ଏକ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟକୁ ଏହି ସମସ୍ତ ଟଙ୍କା ଟ୍ରାନ୍ସଫର କରୁଥିଲେ। ପରେ ଏହି ଟଙ୍କାକୁ ନିଜର ୩୭ଜଣ ବ୍ୟକ୍ତି ବିଶେଷଙ୍କୁ ୪୪ଟି ବିଭିନ୍ନ ବ୍ୟାଙ୍କ ଆକାଉଁଟକୁ ଟ୍ରାନ୍ସଫର କରିଥିଲେ।

ଘଟଣାରେ ଭିଜିଲାନ୍ସ ଅଧିକାରୀ ଅବଗତ ହେବା ପରେ ୩/୨୦୨୬ରେ ଏକ କେସ ରୁଜୁ କରିବା ସହ ଏହି ଘଟଣାରେ ସଂପୃକ୍ତ ସିନିୟର ସହକାରୀ ସନ୍ତୋଷ କୁମାର ପଣ୍ଡା, ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ କୁମାର ରାଉତ, ସନ୍ଦୀପ କୁମାର ମିତ୍ର ଏବଂ ଅଭୟ କୁମାର ପଣ୍ଡାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Share