Earthquake 2

ନେପାଳ : ଆଜି ନେପାଳର ପାର୍ବତ୍ୟାଞ୍ଚଳ ଜିଲ୍ଲା ଦାର୍ଚୁଲାରେ ଭୂମିକମ୍ପ ଝଟକା । ଯାହାର ତୀବ୍ରତା ୪.୧ ଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୧୧ଟା ୫୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଦାର୍ଚୁଲା ଜିଲ୍ଲାର ତପୋଭାନ ଅଞ୍ଚଳରେ ଭୂମିଗର୍ଭରେ ଅବସ୍ଥିତ ଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା ଏବଂ ସତର୍କତା ସ୍ୱରୂପ ଅନେକ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ ।

ସୂଚନାଯୋଗ୍ୟ, ଗତମାସରେ ୪.୧ ତୀବ୍ରତାର ଭୂକମ୍ପ ଲଦାଖରେ ଅନୁଭୂତ ହୋଇଥିଲା । ଯାହା ପ୍ରାୟ ୩ଟା ୫୪ ମିନିଟରେ ଲଦାଖ ଲେହରେ ଏହାର ଝଟକା ଲାଗିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୫୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିବା NCS ପକ୍ଷରୁ ସୂଚନା ମିଳିଥିଲା ।

Share