Bhuiiii

ତାମିଲନାଡୁ : ବିଜୟଙ୍କ ବଡ଼ ଘୋଷଣା ।  ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ବଡ଼ ଘୋଷଣା କଲେ ଥାଲାପତି ବିଜୟ । ଜନତାଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି ।  ସେହିପରି ମହିଳାଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ।  ମହିଳାଙ୍କ ସୁରକ୍ଷା ପାଇଁ  ସ୍ପେଶାଲ ଫୋର୍ସ ଫାଇଲ ଉପରେ ସାଇନ୍  କରିଛନ୍ତି ବିଜୟ । ଏହା ସହ ସ୍ୱତନ୍ତ୍ର ନିଶା ନିବାରଣ ଟାସ୍କ ଫୋର୍ସ ଗଠନ ହେବ ।  ପ୍ରତି ଜିଲ୍ଲାରେ ହେବ ଆଣ୍ଟି ଡ୍ରଗ ୟୁନିଟ ଗଠନ ।

ସୂଚନାଯୋଗ୍ୟ, ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଉପସ୍ଥିତ ଅଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚେନ୍ନାଇ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଐତିହାସିକ ଶପଥ ସମାରୋହ ହୋଇଛି ।

Share