Pakistan

ପାକିସ୍ତାନ: ପାକିସ୍ତାନରେ ବିସ୍ଫୋରଣ । ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନକେ ଆହତ ମଧ୍‌ୟ ହୋଇଛନ୍ତି । ଆତଙ୍କବାଦୀମାନେ ବିସ୍ଫୋରକ ର୍ଭତ୍ତି ଏକ ଗାଡ଼ି ସହିତ ବାନ୍ନୁ ଜିଲ୍ଲାର ଫତଖେଲେ ପୋଲିସ ଷ୍ଟସେନ ଭିତରକୁ ପସିବା ପାଇଁ ଚଷେ୍ଟା କରୁଥିଲେ । ସୁରକ୍ଷା ବାହିନୀ ସମୋନଙ୍କୁ ଅଟକାଇଥିଲେ, ଯାହା ଫଳରେ ଗାଡ଼ିରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକଟରେ ଥିବା ଅନକେ ଘରକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ବିସ୍ଫୋରଣ ପରେ ଆତଙ୍କବାଦୀମାନେ ମଧ୍ୟ ଗୁଳି ଚଳାଇଥିଲେ ।

ପୋଲିସ କହିଛି ଯେ ବିସ୍ଫୋରଣ ପରେ ତୁରନ୍ତ ବହୁ ସଂଖ୍ୟକ ଆତଙ୍କବାଦୀ ପୋଲିସ ଷ୍ଟସେନ ଉପରେ ଆକ୍ରମଣ କରିଥିଲେ ଏବଂ ପୋଲିସ ସମୋନଙ୍କୁ ରୋକିବା ପାଇଁ ଗୁଳି ଚଳାଇଥିଲା । ଗୁଳି ବିନିମୟରେ ଅତି କମରେ ତିନି ଜଣ ପୋଲିସ ର୍କମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନକେ ଆହତ ହୋଇଥିଲେ ।

ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ମହମ୍ମଦ ସୋହଲେ ଆଫ୍ରିଦି ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଜୀବନ ଏବଂ ସମ୍ପତ୍ତି କ୍ଷତି ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଆଫ୍ରିଦି କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଏହି ଲଢ଼େଇ କବେଳ ଖାଇବର ପଖତୁନଖ୍ୱାର ନୁହେଁ, ବରଂ ସମଗ୍ର ଦଶେର । ନିକଟରେ ଗତ କିଛି ମାସ ମଧ୍ୟରେ, ଆଫଗାନିସ୍ତାନ ସୀମାନ୍ତର୍ବତ୍ତୀ ଏହି ପ୍ରଦଶେରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ସଂଖ୍ୟା ତୀବ୍ର ଭାବରେ ବୃଦ୍ଧି ପାଇଛି, ଯାହା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି ।

Share