ହିମାଚଳ ପ୍ରଦେଶ : ଚମ୍ବା-ନୁରପୁର ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚମ୍ବା ଜିଲ୍ଲାର କକିରା ସ୍ଥିତ ଘାର ଅଞ୍ଚଳରେ ସକାଳ ୩ଟାରେ ଏକ କାର୍ ଅନିୟନ୍ତ୍ରିତ ହୋଇ ୩୦୦ ମିଟର ଗଭୀର ଖାଇକୁ ଖସିପଡିଥିଲା । ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଗୁଜରାଟର କିଛି ପର୍ଯ୍ୟଟକ ସିମଲା ବୁଲିବାକୁ ଆସିଥିଲେ । ଏମାନେ ମଣ୍ଡିରୁ ଏକ ଗାଡ଼ି ଭଡ଼ା କରି ବୁଲୁଥିବା ବେଳେ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ୩୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ଗୁଜରାଟର ଟୁରିଷ୍ଟ ଥିଲେ । ଏମାନେ ମନାଲୀରୁ ଡଲହୋଜୀ ବୁଲିବାକୁ ଯାଉଥିଲେ । ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିଲା । ଆଉ ଗାଡିରେ ୧୦ ଜଣ ଲୋକ ଥିଲେ । ଘଟଣା ବିଷୟରେ ଖବର ପାଇଁ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା ।
ପୋଲିସ କହିବା ମୁତାବକ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ହିମାଚଳ ମଣ୍ଡିର ବୋଲି ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଅନ୍ଧାର ହୋଇଥିବା ରେସକ୍ୟୁ ଅପରେସନରେ ବାଧା ଉପୁଜିଛି । ମୃତଦେହଗୁଡିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ମାମଲାର ଯାଞ୍ଚ କରି ଦୁର୍ଘଟଣାର କାରଣ ଖୋଜୁଛି । ତେବେ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, କାର୍ ଡ୍ରାଇଭରକୁ ନିଦ ଆସିବା କାରଣରୁ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ପରିବାର ସହିତ ସଂପର୍କ କରି ହସ୍ତାନ୍ତର କରିବ ।

