ଅନୁଗୁଳ: ନାତୁଣୀକୁ ବଞ୍ଚାଇବାକୁ ଯାଇ ଗଲା ଅଜାଙ୍କ ଜୀବନ। ମୃତକ ହେଲେ ୭୦ ବର୍ଷୀୟ ରତ୍ନାକର ସାହୁ । ଗୁରୁତର ନାତୁଣୀ ତୁଳସୀ ସାହୁଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ତୁଳସୀ ଘର ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ସର୍ଭିସ ତାର ସଂସ୍ପର୍ଶରେ ଆସି କରେଣ୍ଟ ଲାଗିଥିଲା । ନାତୁଣୀଙ୍କୁ ବଞ୍ଚାଇବା ପାଇଁ ଅଜା ରତ୍ନାକର ସାହୁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା । ପରିବାର ଲୋକେ ଉଭୟଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ। ସେଠାରେ ଡାକ୍ତର ରତ୍ନାକର ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ତୁଳସୀଙ୍କ ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗାଁର ନୁଆଁସାହିରେ ବିଦ୍ୟୁତ୍ ଆଘାତରେ ବୋହୂ ମୃତ୍ୟୁବରଣ କରିଥିବା ବେଳେ ଶ୍ୱଶୁର ଓ ଶାଶୁ ଆହତ ହୋଇଥିଲେ । ମୃତ ବୋହୂ ନମିତା ସାହୁ ବୋଲି ଜଣାପଡିଥିଲା । ଗ୍ରାମରେ ବିଦ୍ୟୁତ କାଟ ରହିଥିଲା । ନମିତାଙ୍କ ଘର ଗ୍ରିଲରେ ବିଦ୍ୟୁତ ତାର ଛିଣ୍ଡି ଲାଗିଥିଲା । ମଧ୍ୟାହ୍ନରେ ହଠାତ୍ ବିଦ୍ୟୁତ୍ ଆସିଯିବାରୁ ଅଜ୍ଞାତରେ ନମିତାଙ୍କ ଶାଶୁ ଓ ଶଶୁର ଗ୍ରିଲ୍କୁ ଧରିବାରୁ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ।

