Murder

ଝାରସୁଗୁଡ଼ା: ସାମାନ୍ୟ ବଚସାରୁ କଲେଜ ଛାତ୍ରଙ୍କୁ ବିଭତ୍ସ ହତ୍ୟା । ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳରେ ଆତତାୟୀଙ୍କ ବର୍ବରତା । ଜୁନାଡିହି କଲେଜର ଜଣେ ଯୁବକଙ୍କୁ ଦିନ ଦ୍ୱିପ୍ରହରରେ ଛୁରାମାଡ଼ କରି ହତ୍ୟା କରିଛନ୍ତି ଆତତାୟୀ । ମୃତକଙ୍କ ସହ ଥିବା ତାଙ୍କ ସହଯୋଗୀ ଏବେ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁଯାୟୀ, ଜୁନାଡିହି କଲେଜର ଦୁଇ ଛାତ୍ର ରାହୁଲ ମାହାତ ଏବଂ ଆକାଶ ସାହୁ କୌଣସି କାମରେ ସ୍କୁଟିରେ ଯାଉଥିଲେ । ବେଲପାହାଡ ଫାଟକ ନିକଟ ଗାନ୍ଧୀନଗରରେ ଏକ କାର ସହ ତାଙ୍କ ବାଇକ ଦୁର୍ଘଟଣା ହୋଇଥିଲା। ପରେ କାରରେ ଥିବା ୪ ଜଣ ଯୁବକ ଗାଡ଼ିରୁ ଓହ୍ଳାଇ ପାଟି ତୁଣ୍ଡ କରିଥିଲେ । ରାସ୍ତା ଉପରେ ଯୁକ୍ତିତର୍କ ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା ।୨ ଛାତ୍ରଙ୍କୁ ଭୁଜାଲି ଏବଂ ଖଣ୍ଡାରେ ଆକ୍ରମଣ କରିଥିଲେ କାରରେ ଥିବା ଯୁବକମାନେ । ଘଟଣାସ୍ଥଳରେ ହିଁ ରାହୁଲଙ୍କର ମୃତ୍ୟୁ ଘଟିଥିଲା । ଆକାଶ ସାହୁଙ୍କ ମେଡିକାଲରେ ଚିକିତ୍ସା ଚାଲିଛି । ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଆକାଶ ।

Share