ଭୁବନେଶ୍ୱର : ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର । ପୂର୍ବ ଶତ୍ରୁତାକୁ ନେଇ ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଧଉଳି ଥାନା ନୂଆଗାଁ ଅଞ୍ଚଳରେ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଯୁବକଙ୍କ ମୁଣ୍ଡ ଓ ହାତରେ ଲାଗିଛି ଗୁରୁତର ଆଘାତ। ଆହତ ଯୁବକ ହେଲେ ସୁବୁନ ଧିର। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଛାନବିନ ଆରମ୍ଭ କରିଛି ଧଉଳି ଥାନା ପୋଲିସ ।
ସେହିପରି ଗତ ଦୁଇ ଦିନ ପୂର୍ବରୁ ସହିଦ ନଗର ସବର ସାହିରେ ଛୁରା ମାଡ଼ ହୋଇଥିଲା । ସାଙ୍ଗର ଛୁରା ମାଡ଼ରେ ସାଙ୍ଗ ଆହତ ହୋଇଥିଲା । ଏକାଠି ତିନି ସାଙ୍ଗ ଭୋଜି କରି ଖାଉଥିବା ସମୟରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇଥିଲା । ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା ସହିଦ ନଗର ଥାନା ପୋଲିସ । ଛୁରା ମାଡ଼ରେ ରାମ ସୋରେନଙ୍କ ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ । ତିନି ସାଙ୍ଗକୁ ଅଟକ ରଖି ଘଟଣାର ତଦନ୍ତ କରୁଥିଲା ସହିଦନଗର ଥାନା ପୋଲିସ ।

