ପୁରୀ : ନିର୍ମାଣଧୀନ କାନ୍ଥ ପଡି ଶ୍ରମିକ ମୃତ । ପୁରୀ ଚକ୍ରତୀର୍ଥ ରୋଡରେ ଘଟିଛି ଏପରି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍ ର କାନ୍ଥ ପଡି ଶ୍ରମିକ ମୃତ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ କରିଛନ୍ତି ଉଦ୍ଧାର । ମୃତ ଶ୍ରମିକ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି । ପୁରୀ ଚକ୍ରତୀର୍ଥ ରୋଡ ନିକଟରେ ଥିବା ଦୁର୍ଗା ଲଜରେ କାମ କରୁଥିଲେ ଶ୍ରମିକମାନେ । ନିର୍ମାଣଧୀନ ଲଜ କାମ ଚାଲିଥିବାବେଳେ କାନ୍ଥ ପଡିଯାଇଥିଲା । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି । ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

