Lpg tanker

ଗୁଜରାଟ : ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣକୁ ବଢିଥିବା ଚିନ୍ତା ଭିତରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର । ପ୍ରାୟ ୨୦ ହଜାର ଟନ୍ ଏଲ୍ପିଜି ଧରି ଟ୍ୟାଙ୍କର ସିମି ସୁରକ୍ଷିତ ଭାବେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ କାଣ୍ଡଲା ବନ୍ଦରରେ ପହଞ୍ଚିଛି । ଏହି ଟ୍ୟାଙ୍କରଟି ମେ ୧୩ ତାରିଖରେ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପାର ହୋଇ ଭାରତରେ ପହଞ୍ଚିଛି ।

ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଗଚି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଆରାଗଚି କହିଛନ୍ତି ଯେ, ବାଣିଜ୍ୟିକ ସୁରକ୍ଷା ପାଇଁ ବନ୍ଧୁ ଦେଶଗୁଡ଼ିକ ଇରାନ ଉପରେ ଭରସା ରଖିବା ଉଚିତ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଞ୍ଚଳିକ ସ୍ଥିତି ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଛି । ଇରାନ ସର୍ବଦା ହର୍ମୁଜ ସୁରକ୍ଷା ପାଇଁ ନିଜର ଐତିହାସିକ ଦାୟିତ୍ୱ ତୁଲାଇବ । ଇରାନ ସମସ୍ତ ବନ୍ଧୁ ଦେଶ ପାଇଁ ଏକ ବିଶ୍ୱସନୀୟ ଅଂଶୀଦାର ଏବଂ ବ୍ୟାପାରିକ କାର୍ଯ୍ୟକଳାପର ସୁରକ୍ଷା ନିଶ୍ଚିତ କରିବ ।

ସୂଚନାଯୋଗ୍ୟ, ମେ ୧୩ ତାରିଖରେ ଭାରତ ଆସୁଥିବା ଏଲ୍ପିଜି ଟ୍ୟାଙ୍କର ଏମଭି ସନସାଇନ୍ ମଧ୍ୟ ହର୍ମୁଜ୍ ପାର୍ କରିଥିଲା । ଜାହାଜକୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚାଇବା ପାଇଁ ଭାରତୀୟ ନୌସେନା ସମେତ ଅନେକ ଏଜେନ୍ସି କାର୍ଯ୍ୟ କରୁଛନ୍ତି ।

Share