B sanjay kumar

ତେଲଙ୍ଗାନା : ଯୌନ ନିର୍ଯାତନା ମାମଲାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବି. ସଞ୍ଜୟ କୁମାରଙ୍କ ପୁଅ ବି.ଭଗୀରଥ ସାଇଙ୍କୁ ଗିରଫ କରିଛି ତେଲଙ୍ଗାନା ପୋଲିସ । ପୋଲିସ ମେଡିକାଲ ଯାଞ୍ଚ ପରେ ଭଗୀରଥଙ୍କୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ପୋକସୋ ମାମଲାରେ କୋର୍ଟ ଭଗୀରଥଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଭଗୀରଥ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା ।

ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଭଗୀରଥଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଓ ପୋକ୍ସୋ ଆଇନ ଅନୁଯାୟୀ ମାମଲା ଦାୟର କରାଯାଇଥିଲା । ଆଗୁଆ ଜାମିନ ପାଇବାକୁ ଭଗୀରଥ ତେଲଙ୍ଗାନା ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ହାଇକୋର୍ଟରେ ତାଙ୍କ ପିଟିସନ ଖାରଜ ହେବା ପରେ ପୋଲିସ ଗିରଫ କରିଥିଲା । ତାଙ୍କୁ ଚେରଲାପଲ୍ଲୀ ଜେଲକୁ ପଠାଯାଇଛି । ତାଙ୍କୁ ୨୯ ମଇ ଯାଏଁ ନ୍ୟାୟିକ ହେପାଜତରେ ରହିବାକୁ ହେବ । ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ମେ’ ୮ ତାରିଖରେ ବିଏନ୍ଏସ୍ ଏବଂ ପୋକ୍ସ ଆଇନର ବିଭିନ୍ନ ଧାରା ଅଧୀନରେ ତାଙ୍କ ବିରୋଧରେ ମାମଲ ରୁଜୁ କରିଥିଲା । ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେପଟେ ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବାକୁ ସଞ୍ଜୟ କୁମାର ପ୍ରତିଶ୍ରୁତି ଦେଇଛନ୍ତି । ଆମେ ସ୍ବଚ୍ଛତା ସହିତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛୁ ।

ତେବେ ଏହାପୂର୍ବରୁ ସାଇବରାବାଦ ପୋଲିସ ଭଗୀରଥଙ୍କ ନାଁରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା । ପୋଲିସ ତାଙ୍କ ସନ୍ଧାନରେ ସମଗ୍ର ଦେଶରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା ।

Share