Baranga

ବାରଙ୍ଗ: ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ । ମୃତ ଯୁବକ ହେଲେ ଜଗନ୍ନାଥ ସାହୁ। ସେ ଓମଫେଡରେ କ୍ଷୀର ଟ୍ୟାଙ୍କର ଚାଳକ ଭାବେ କାର୍ଯ୍ୟ କରନ୍ତି । ଯୁବକଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଆମ୍ବଶାଳ ଗ୍ରାମରେ ହୋଇଥିବା ବେଳେ ଏଠାରେ ଷଣ୍ଢପୁର  ଗ୍ରାମରେ ଘର ଭଡ଼ା ନେଇ ତାଙ୍କ ଭାଇଙ୍କ ସହ ରହୁଥିଲେ । ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଘରର ଛାତ ଉପରେ ଚଲାବୁଲା କରୁଥିବା ବେଳେ ଅସାବଧାନତା ବଶତଃ ଦୁଇ ମହଲା ଛାତରୁ ତଳକୁ ଖସି ପଡ଼ିଥିଲେ । ତଳେ ପଡି ପାଚେରୀରେ ତାଙ୍କ ମୁଣ୍ଡ ମାଡ଼ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି ।

Share