Fatehpur

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଫତେପୁର କଲ୍ୟାଣପୁର ଥାନା ପିଲାଖିନି ଗାଁରେ ବଡ଼ ଅଘଟଣ । ଦୁଇଟି ରୁମରେ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଘରେ ଥିବା ୯ ଜଣ ଗୁରୁତର ହୋଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କାନପୁରକୁ ରେଫର କରାଯାଇଥିଲା । ପ୍ରଶାସନ ଦ୍ବାରା ଗ୍ରୀନ କରିଡର କରାଯାଇ ସମସ୍ତ ଆହତଙ୍କୁ କାନପୁର ପଠାଯାଇଥିଲା ।

ଖବର ମୁତାବକ, ଗାଁରେ ସନ୍ତୋଷ ଲୋଧୀଙ୍କ ପତ୍ନୀ କଲାବତୀ ଘରେ ରାତି ୯ଟା ସମୟରେ ରୋଷେଇ କରୁଥିଲେ । ସେତେବେଳେ ଗ୍ୟାସ୍ ପାଇପରୁ ଲିକ୍ ହୋଇଥିଲା । ସେ କିଛି ବୁଝିବା ଆଗରୁ ନିଆଁ ଉଠିଯାଇଥିଲା । ଆଉ ସେ ତାଙ୍କ ପରିବାର ଲୋକ ଚିତ୍କାର ଶୁଣି ଆସିବା ପରେ ସମସ୍ତେ ଏଥିରେ ଆହତ ହୋଇଥିଲେ । ପରିବାରର ୬ ଣ ଏବଂ ବଞ୍ଚାଇବା ଆସିବା ଅନ୍ୟ ୩ ଜଣ ନିଆଁରେ ଆହତ ହୋଇଛନ୍ତି ।

କଠିନ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କାନପୁର ହସପିଟାଲକୁ ରେଫର କରାଯାଇଥିଲା ।

ପୋଲିସ ଡିଜିଙ୍କ ମୁତାବକ, ପ୍ରାରମ୍ଭିକ ଯାଞ୍ଚରୁ ସିଲିଣ୍ଡରରୁ ଗ୍ୟାସ ଲିକ୍ ଯୋଗୁଁ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସିଲିଣ୍ଡର ବିସ୍ଫୋରଣ ନୁହେଁ ଗ୍ୟାସ୍ ଲିକ୍ ଯୋଗୁଁ ୯ ଜଣ ଆହତ ହୋଇଛନ୍ତି । ଜିଲ୍ଲା ଅଧିକାରୀ ଏବଂ ପୋଲିସ ପ୍ରଶାସନ ଲଗାତାର ମାମଲାର ତଦାରଖ କରୁଛନ୍ତି ।

Share