ନୂଆଦିଲ୍ଲୀ: ଆମେରିକୀୟ ନୌସେନାର ଏୟାର ସୋ’ ପ୍ରଦର୍ଶନ ବେଳେ ଅଘଟଣ । ମଝି ଆକାଶରେ ଆମେରିକାର ୨ ଯୁଦ୍ଧ ବିମାନ ମଧ୍ୟରେ ଧକ୍କା । ଇଦାହୋ ଏୟାରବେସ୍ ର ୨ ମାଇଲ୍ ଦୂରରେ ଅଘଟଣ ଘଟିଛି । ପାରାଚୁଟ୍ ସାହାଯ୍ୟରେ ବିମାନରୁ ବାହାରକୁ ବାହାରି ଆସିଛନ୍ତି ୪ କ୍ରିଉ ମେମ୍ବର। କ୍ରିଉ ମେମ୍ବର ସୁରକ୍ଷିତ ଅଛନ୍ତି । ନୌସେନା ପକ୍ଷରୁ ତଦନ୍ତ ଜାରି ରହିଛି । ଗୁନଫାଇଟର ସ୍କାଇଜ୍ ଏୟାର ଶୋ’ ର ଶେଷ ଦିନରେ ଦିଦ ୧୨ ଟା ୧୦ ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁଇଟି ବିମାନ ଆମେରିକା ନୌସେନାର EA-18GGrowler ଇଲେକ୍ଟ୍ରୋନିକ ଆଟାକ୍ ଜେଟ୍ ଥିଲା । ଆକାଶରେ ଧକ୍କା ହୋଇ ଜେଟ୍ ଦୁଇଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା । କିଛି ମୁହୂର୍ତ୍ତ ପରେ ବିମାନଟି ତଳେ ଖଲି ପଡି ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଏୟାର ଶୋ’ ଦେଖିବାକୁ ଆସିଥିବା କୌଣସି ଦର୍ଶକ କିମ୍ବା ସ୍ଥାନୀୟ ଲୋକ ଆହତ ହୋଇନାହାଁନ୍ତି । ଦୁର୍ଘଟଣା ପରେ ଏୟାର ଶୋ’ର ବାକି ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି ।

