କୋଲକତା : ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ଶୁଭେନ୍ଦୁ ସରକାର । ଏଥିରେ ମହିଳାମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା, ବସରେ ମାଗଣା ଯାତ୍ରା ଏବଂ ୭ମ ରାଜ୍ୟ ବେତନ କମିଶନ ଗଠନ ସାମିଲ ରହିଛି । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ଏକ ପ୍ରେସ୍ ବ୍ରିଫିଂରେ ସୂଚନା ଦେଇଛନ୍ତି ।
ବଙ୍ଗାଳ ସରକାର ଅନ୍ନପୂର୍ଣ୍ଣା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି, ଯେଉଁଥିରେ ଜୁନ୍ ୧ ତାରିଖରୁ ମହିଳାମାନଙ୍କ ଆକାଉଣ୍ଟକୁ ମାସିକ ୩,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହା ସହିତ ଜୁନ୍ ୧ ତାରିଖରୁ ମହିଳାମାନଙ୍କ ପାଇଁ ସରକାରୀ ବସରେ ମାଗଣା ଯାତ୍ରା କରିପାରିବେ । ଲକ୍ଷ୍ମୀ ଭଣ୍ଡାର ଯୋଜନାର ଲାଭ ପାଉଥିବା ମହିଳାମାନଙ୍କୁ ଏବେ ସ୍ୱତଃପ୍ରବୃତ୍ତ ଭାବେ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନାର ଲାଭ ପାଇବେ । ଆଉ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଏହି ଲାଭ ମିଳିନାହିଁ, ସେମାନଙ୍କ ପାଇଁ ଖୁବ୍ ଶୀଘ୍ର ଏକ ପୋର୍ଟାଲ୍ ଖୋଲାଯିବ, ଯେଉଁଠାରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇପାରିବ।
ସରକାର ନିଜ କର୍ମଚାରୀ, ସ୍ଵାୟତ୍ତ ଶାସିତ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସପ୍ତମ ରାଜ୍ୟ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ସରକାରୀ କର୍ମଚାରୀମାନେ ଉପକୃତ ହେବେ ।

