ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା । ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ ଆଟାକରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ରାମାୟାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ କାମ କରୁଥିବା ପିତାତଳି ଗାଁ ର ଜଣେ ଯୁବକ । ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ମୃତଦେହ ଆଣିବାକୁ ଅନୁରୋଧ କରିଛନ୍ତି ରମାୟାଙ୍କ ପରିବାର ଲୋକ ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ, ମଧ୍ୟ ପ୍ରାଚ୍ୟରେ ଦେକାଯାଇଥିଲା ଯୁଦ୍ଧର କଳାବାଦଲ । ୟୁଏଇ ଉପରେ ଇରାନର ଭୟାବହ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା । ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଥିଲା । UAE ଉପରେ ଇରାନର ଆକସ୍ମିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁର୍ଭାଗ୍ୟଜନକ ଘଟଣାରେ ୩ ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଥିଲା ।

