ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି CUET-UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବକ୍ରି ଇଦ୍ ପାଇଁ ଘୁଞ୍ଚିଲା CUET-UG ପରୀକ୍ଷା । ଖୁବ୍ ଶୀଘ୍ର ପ୍ରକାଶ ପାଇବ ନୂଆ ତାରିଖ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ହେବାକୁ ଥିବା କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଜୁଏଟ୍ (CUET-UG) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ଆସନ୍ତା ମେ ୨୮ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାର ଉଭୟ ସିଫ୍ଟକୁ ବାତିଲ କରାଯାଇଛି । ବକ୍ରି ଇଦ୍ ବା ଇଦ୍-ଉଲ୍-ଜୁହା ଛୁଟି ଦିନରେ ପରିବର୍ତ୍ତନ ହେବା କାରଣରୁ ଏଜେନ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଖୁବ୍ ଶୀଘ୍ର ପ୍ରକାଶ ପାଇବ ନୂଆ ତାରିଖ । ଏହିଦିନରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହି ନିଷ୍ପତ୍ତି ଲାଗୁ ହୋଇଛି ।
NTA ସୂଚନା ଅନୁଯାୟୀ, ମେ ୨୮ ତାରିଖ ପାଇଁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷାଗୁଡ଼ିକର ସଂଶୋଧିତ ତାରିଖ ଖୁବ୍ ଶୀଘ୍ର ଅଫିସିଆଲ୍ ୱେବସାଇଟ୍ ରେ ପ୍ରକାଶ କରାଯିବ । ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କର ନୂତନ ସୂଚୀ ଏବଂ ଆଡମିଟ୍ କାର୍ଡ ସମ୍ବନ୍ଧୀୟ ସଦ୍ୟତମ ଅପଡେଟ୍ ପାଇଁ ନିୟମିତ ଭାବେ NTA ୱେବସାଇଟରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

