ରାଇଘର : ବଜ୍ରାଘାତରେ ମା’ ଓ ଝିଅଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନିଜ ଜମିରେ ଥିବା କୁସୁମ ଗଛରୁ କୁସୁମ କୋଳି ତୋଳୁଥିବା ବେଳେ ଅପରାହ୍ନ 3ଟା ସମୟରେ ହଠାତ ପ୍ରବଳ ବର୍ଷା ସହ ବଜ୍ରପାତ ହେବାରୁ ମା’ ଦୟମତି ମୁଦୁଲି (45) ଓ ଝିଅ ଚମ୍ପା ମୁଦୁଲି (22) ଙ୍କର ମୃତ୍ୟୁ ଘଟିଛି। ମୃତକ ଚମ୍ପା ମୁଦୁଲି ସ୍ଥାନୀୟ ବିଦ୍ୟାଳୟ ରେ ଶିଶୁ ସେବିକା ଭାବେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି।

