Medical3

ଭଦ୍ରକ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ସିକ୍ୟୁରିଟି ଗାର୍ଡ କୁ ଆକ୍ରମଣ । ଏହି ଆକ୍ରମଣରେ ମହିଳା ସିକ୍ୟୁରିଟି ଗାର୍ଡ ଆହତ ।  ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ।  ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭବାନୀ ସିକ୍ୟୁରିଟି ଗାର୍ଡ ଏଜେନ୍ସି କାର୍ଯ୍ୟ କରୁଅଛି ।  ଗତକାଲି ବିଳମ୍ଭିତ ରାତ୍ରି ସମୟରେ ମହିଳା ସିକ୍ୟୁରିଟି ଗାର୍ଡ ପ୍ରଭାତୀ ରାଉତ ଅନ୍ୟ ଏକ ମହିଳା ଗାର୍ଡଙ୍କ ଡ୍ୟୁଟି ବନ୍ଦ କରିଦେଇଥିବା ଅଭିଯୋଗ କରିଥିଲେ ।

ଏଥିରେ ଉତ୍ତେଜିତ ହୋଇ ଡ୍ୟୁଟି ବନ୍ଦ ହୋଇଥିବା ସିକ୍ୟୁରିଟି ଗାର୍ଡଙ୍କ ସ୍ୱାମୀ ଓ ଅନ୍ୟ ଜଣେ ହଉତ୍ତେ ହଠାତ ମେଡିକାଲରେ ପହଂଚି ମହିଳା ସିକ୍ୟୁରିଟି ଗାର୍ଡ ପ୍ରଭାତୀଙ୍କୁ ଆକ୍ରମଣ କରିଥିଲେ  ।  ଫଳରେ ଉଭୟ ମହିଳା ସିକ୍ୟୁରିଟି ଗାର୍ଡ ପ୍ରଭାତୀଙ୍କ ସହ ସେହି ଦୁଇ ବ୍ୟକ୍ତିଙ୍କ ସହ ଝଗଡା ଲାଗିବା ସହ ମେଡିକାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।   ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଲୋକମାନଙ୍କୁ ବୁଝା-ସୁଝା କରିଥିଲେ ।  ପରେ ଆହତ ମହିଳା ସିକ୍ୟୁରିଟି ଗାର୍ଡଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଗ୍ରାମାଞ୍ଚଳ ପୋଲିସ ।

Share