Image

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇବାକୁ କରୁଥିବା ଉଦ୍ୟମ ପଣ୍ଡ ହୋଇଛି ।

ସ୍ଥାନୀୟ ଲୋକେ ସେହି ଯୁବକକୁ ଧରି ଅଟକ ରଖିଥିଲେ। ପରେ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକତୁ ଥାନାକୁ ଆଣି ଅଟକ ରଖିଛି। ଏ ସମ୍ପର୍କରେ ଛାତ୍ରୀ ଜଣକ ଯୁବକଙ୍କ ନାମରେ ଏତଲା ଦେଇଛନ୍ତି। ଉକ୍ତ ଯୁବକଜଣକ ଫତେପୁର ପଞ୍ଚାୟତର ଧର୍ମାଗତପୁର ଗ୍ରାମର ନିରଞ୍ଜନ ଜେନାଙ୍କ ପୁଅ ଦିଲ୍ଲୀପ ଜେନା।

ସୂଚନାଯୋଗ୍ୟଯେ, ଦିଲ୍ଲୀପ ଉକ୍ତ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିଥିଲେ। ହେଲେ ଛାତ୍ରୀ ଜଣକ ଏଥିରେ ଅରାଜି ହେବାରୁ ଦିଲ୍ଲୀପ ଏଭଳି ଉନ୍ମତ୍ତ କାଣ୍ଡ କରିଥିବା ପରିବାର ଲୋକେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଥିବା କୁହାଯାଉଛି। ଏହି ଘଟଣାରେ ଦିଲ୍ଲୀପଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଅନ୍ୟପକ୍ଷରେ, ସ୍ଥାନୀୟ ସୂତ୍ରରୁ ଅଭିଯୁକ୍ତ ଯୁବକଙ୍କ ପୂର୍ବରୁ ଦୁଇଟି ବିବାହ ହୋଇଥିବା ଜଣାପଡ଼ିଛି।

 

Share