ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି ବର୍ବରକାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏହି ମାମଲାରେ ଖଣ୍ଡଗିରି ଥାନା ପୋଲିସ ତତ୍ପରତା ପ୍ରକାଶ କରି ଦୁଇଜଣ ନାବାଳକଙ୍କୁ ଗିରଫ କରିଛି।
ପ୍ରେମ ନିବେଦନ ଓ ପୁରୁଣା ଶତ୍ରୁତା ସାଜିଲା କାରଣ| ମିଳିଥିବା ସୂଚନା ମୁତାବକ, ମୃତ ଯୁବକ କୃଷ୍ଣ ଏକ ଘରୋଇ କଲେଜରେ ପାଠ ପଢୁଥିଲେ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ହେବ ପ୍ରେମ ନିବେଦନ କରିବା ସହ ବାରମ୍ବାର ହଇରାଣ ହରକତ କରୁଥିଲେ। ଯୁବତୀଜଣକ ଏହାକୁ ବିରୋଧ କରିବା ସତ୍ତ୍ୱେ କୃଷ୍ଣଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା।

