ଭୁବନେଶ୍ୱର: ମେ’ ୧୫ ତାରିଖ ସୁଦ୍ଧା ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧ ତାରିଖରୁ ଜନଗଣନା ପାଇଁ ସ୍ୱ-ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତା ପରେ ମ୍ୟାପିଂ ସରିଛି। ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜୁଲାଇ ପହିଲାରୁ ପ୍ରି ଟେଷ୍ଟ ଆରମ୍ଭ ହୋଇଛି| ଏଥିପାଇଁ ମୟୂରଭଞ୍ଜ ଓ ଭୁବନେଶ୍ୱରରେ ଏହାକୁ ଆରମ୍ଭ କରାଯିବ।

