Doctor c

ଭୁବନେଶ୍ବର: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । କଟକ ଏସିବି ମେଡିକାଲ କଲେଜରେ କଳା ବ୍ୟାଜ ପିନ୍ଧି କାର୍ଯ୍ୟକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର ଓ RDA ଡାକ୍ତର ସଂଘ । ଗୋଟିଏ ପଟେ ଡାକ୍ତର ଦିବସ ଥିବା ବେଳେ ଅନ୍ୟପଟେ ଓମସାର ଡାକରାରେ ସମଗ୍ର ଓଡିଶାର ଡାକ୍ତରମାନେ କଳାବ୍ୟାଜ ପିନ୍ଧି ରୋଗୀ ଦେଖୁଛନ୍ତି । ସରକାର ଦାବି ପୂରଣ ନକଲେ ଆସନ୍ତାକାଲି ଠାରୁ ସମ୍ପୂର୍ଣ୍ଣ ରୋଗୀ ସେବା ଠପ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

ସେପଟେ ଦଶ ଦଫା ଦାବୀ ପୂରଣ ନେଇ CDMOଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଉଛନ୍ତି ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତର ।  ଆଜି ଡାକ୍ତର ଦିବସ ଗୋଟିଏ ପଟେ ଥିବା ବେଳେ ଅନ୍ୟପଟେ ଓମସାର ଡାକରାରେ ସମଗ୍ର ଓଡିଶାରେ ଡାକ୍ତର ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତର ମାନେ ଦାବୀ ପୂରଣ ନେଇ CDMOଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଉଛନ୍ତି l ସେପଟେ Mkcg ମେଡିକାଲ କଲେଜର ଜୁନିଅର ଡାକ୍ତର ସଙ୍ଘ ସମର୍ଥନ ଜଣାଇଛି ।  ଏଣୁ ଆଗକୁ ଧୀରେ ଧୀରେ ରୋଗୀ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି ।

Share