Screenshot 2026 07 02 145930 750x430

ଭଦ୍ରକ: ମଦ ପିଇ ସ୍କୁଲକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ। କେବଳ ଏତିକି ନୁହେଁ ସ୍କୁଲ ସମୟରେ ବଜାରକୁ ଯାଇ ମଦ ପିଇ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ସରକାରୀ ନୋଡାଲ ୟୁପିଏମଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ମଦ୍ୟପ ଅବସ୍ଥାରେ ସ୍କୁଲକୁ ଆସିବା ଏବଂ ଶିକ୍ଷକଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବୀଣାପାଣି ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କ ବିରୋଧରେ ମଦ୍ୟପ ଅବସ୍ଥାରେ ବିଦ୍ୟାଳୟକୁ ଆସିବା ସହ ଅଶାଳୀନ ଭାଷା ପ୍ରୟୋଗ ଓ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀନାଥ ଦାସଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ, ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ବଜାୟ ରଖିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ମତ ପ୍ରକାଶ ପାଉଛି ।

 

Share