Dead body 750x430 1

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ଷ୍ଟାଫ୍ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଅଞ୍ଚଳର ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଥାଉକି, ମୃତ ଯୁବତୀ ଜଣଙ୍କ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ସେ ଏକା ସାଙ୍ଗରେ ୨ ଯୁବକଙ୍କୁ ପ୍ରେମ କରୁଥିଲେ। ହଠାତ୍‌ ଧରାପଡ଼ିବା ପରେ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଚଳାଇଛି। ପୋଲିସ ୨ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଏପଟେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ପୂର୍ବତନ ପ୍ରେମିକ ତାଙ୍କୁ ବ୍ଲାକମେଲ୍ କରୁଥିଲେ, ଯାହା ଫଳରେ ସେ ମାନସିକ ଚାପରେ ରହୁଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ଆତ୍ମହତ୍ୟା କି ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି ।

ପୋଲିସ କହିଛି ଯେ, ପୋଷ୍ଟମର୍ଟମ ରିପୋର୍ଟ, ଫରେନସିକ୍ ତଥ୍ୟ ଏବଂ ତଦନ୍ତରୁ ମିଳୁଥିବା ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ। ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Share