ଆଜି କରଞ୍ଜିଆ ଡାକ୍ତରଖାନାରେ ଭଞ୍ଜ ସିର୍କାଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ସେହିପରି ରାଇରଙ୍ଗପୁର ପୁଲିସ ବିରାଙ୍ଗ ନାଏକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ମାତ୍ର ଚାରି ବର୍ଷ ଓ ଦୁଇ ବର୍ଷ ବୟସର ଦୁଇ ଶିଶୁକନ୍ୟା ମାତାପିତାଙ୍କୁ ହରାଇଛନ୍ତି। ଏବେ ସେମାନଙ୍କ ଲାଳନପାଳନ ଓ ଭବିଷ୍ୟତକୁ ନେଇ ସମ୍ପର୍କୀୟମାନେ ଚିନ୍ତିତ ଅଛନ୍ତି।
