ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ, ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଅଭିଯୋଗ

Untitled

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନ ବିଚାରପତିଙ୍କୁ ଭେଟିବେ ଖଡ଼ଗେ ଓ ରାହୁଲ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଅଭିଯୋଗ ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି । ​ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସୃଷ୍ଟି କରୁଛନ୍ତି ଅରାଜକତା । ​ସିଜେଆଇଙ୍କ ନିକଟରେ କୌଣସି ଦାବି ନୁହେଁ, ଯୋଡ଼ହସ୍ତରେ ବିନମ୍ର ନିବେଦନ କରାଯିବ ବୋଲି କହିଲେ ଖଡଗେ ।

କେନ୍ଦ୍ର ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ତୀବ୍ର ବର୍ଷିବା ସହ ଦେଶରେ ଏକ ‘ଅଘୋଷିତ ଜରୁରୀକାଳୀନ ପରିସ୍ଥିତି’ ଚାଲିଛି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । କରିଛନ୍ତି ଯେ, ଦେଶର ବର୍ତ୍ତମାନର ସ୍ଥିତି ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ ହେଉଥିବା ଆକ୍ରମଣ ସମ୍ପର୍କରେ ଅବଗତ କରାଇବା ପାଇଁ କଂଗ୍ରେସ ନେତୃତ୍ୱ ଆସନ୍ତାକାଲି ଭାରତର ପ୍ରଧାନ ବିଚାରପତିଙ୍କୁ ଭେଟିବାକୁ ଯାଉଛନ୍ତି । ସାକ୍ଷାତ କରିବା ପାଇଁ ପତ୍ର ଲେଖାଯାଇଛି ।

ଆସନ୍ତାକାଲି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ସାକ୍ଷାତ ପାଇଁ ସମୟ ସ୍ଥିର ହୋଇଛି । ​ବିରୋଧୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯିବା ଘଟଣା ଉପରେ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । କହିଛନ୍ତି, ଗତକାଲି ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ପ୍ରାୟ ୩୨,୦୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା । ଏତେ ବିପୁଳ ସଂଖ୍ୟାରେ ପୋଲିସ ଫୋର୍ସ ଛାଉଣୀ କରିବା ହିଁ ପ୍ରମାଣ କରୁଛି ଯେ ଶାସକ ଦଳ ଭିତରେ କେତେ ପରିମାଣର ଭୟ ରହିଛି ।

Share