ଦୁଇ ଦିନ ତଳେ କନ୍ଧମାଳ ଗସ୍ତରେ ଆସି ଆଇଜି ହିମାଂଶୁ ଲାଲ୍ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଯାଇ ଗଛ କାଟିବା ଅଭିଯାନରେ ସାମିଲ ହୋଇଥିଲେ। ଗଞ୍ଜେଇ ଚାଷ ଏବଂ ଏହାର ବେଆଇନ ଚାଲାଣ ରୋକିବା ପାଇଁ ପୋଲିସ ବିଭିନ୍ନ ଅଞ୍ଚଳରେ କଡ଼ା ଚଢ଼ାଉ ଜାରି ରଖିଛି।
ଜିଲ୍ଲାର ଦୁର୍ଗମ ଅଞ୍ଚଳଗୁଡ଼ିକରେ ହେଉଥିବା ବେଆଇନ ଗଞ୍ଜେଇ ଗଛକୁ ଚିହ୍ନଟ କରି ସେଗୁଡ଼ିକୁ ପୋଡ଼ି ନଷ୍ଟ କରିବା ପାଇଁ ବ୍ୟାପକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଚାଷୀମାନଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ଏବଂ ସେମାନଙ୍କୁ ଅନ୍ୟ ଲାଭଜନକ ବିକଳ୍ପ ଫସଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି।
