ବଣାଇ: ରାତିରେ କମ୍ପାନୀ ସାମଗ୍ରୀ ଜଗିଥିବାବେଳେ ସକ୍ୟୁରିଟି ଗାର୍ଡଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସର୍ଗୀଗଡ଼ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନାତନ ମୁଣ୍ଡା । ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ରାତିରେ କମ୍ପାନୀର ସାମଗ୍ରୀ ଜଗିଥିବାବେଳେ ହତ୍ୟାକାଣ୍ଡ ଘଟିଛି । ଗାଁରେ ନୂତନ ଖଣି ଖୋଲିବାକୁ ନେଇ ଅଶାନ୍ତି ଲାଗି ରହିଥିଲା । ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।
