ଛତ୍ରପୁର: ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ମାଡ଼ । ଅଧ୍ୟାପିକା ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଚାଣକ୍ୟ ଜୁନିଅର ବିଜ୍ଞାନ ମହାବିଦ୍ୟାଳୟରୁ ଅଭିଯୋଗ । ଇଂରାଜୀ ଅଧ୍ୟାପିକା ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଛାତ୍ରଛାତ୍ରୀଙ୍କୁ କଲେଜରୁ ବାହାରକୁ ଛଡ଼ାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ଛାତ୍ରୀ । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଅଭିଯୋଗରେ କେତେ ସତ୍ୟତା ରହିଛି ସେନେଇ ତଦନ୍ତ କରୁଛି ପୋଲିସ । ସେପଟେ ଛାତ୍ରୀଙ୍କୁ ମାଡ଼ ମାରୁଥିବାର ଭିଡିଓ ସିସିଟିଭିରେ ଭାଇରାଲ ହେଉଛି ।
