ଯାଜପୁର ଟାଉନ: ଯାଜପୁର ଏନସି କଲେଜର ଜଣେ ପ୍ରାର୍ଥୀ ନିଖୋଜ ଅଭିଯୋଗ । ବୟଜ କମନ ରୁମ ଆସିଷ୍ଟାଣ୍ଟ ସେକ୍ରେଟାରୀ ପ୍ରାର୍ଥୀ ବିଶ୍ୱଜିତ୍ ସାହୁ ଗତ କାଲିଠାରୁ ହଷ୍ଟେଲରୁ ନିଖୋଜ ଅଛନ୍ତି । ଆଜି ହ୍ବାଏ ଆଣ୍ଡ ଷ୍ଟାଣ୍ଡ ଫର ମିଟିଂରେ ସେ ଅନୁପସ୍ଥିତ ଥିଲେ । ଏନେଇ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଛନ୍ତି । ବିଶ୍ବଜିତ ABVP ସମର୍ଥିତ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।
ଏନେଇ ଅଭିଯୋଗ ପରେ ହଷ୍ଟେଲ ଅଧୀକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଏ ବାବଦରେ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ । ଅନ୍ୟପଟେ ନିଖୋଜ ଛାତ୍ର ଓ ତାଙ୍କ ଅଭିଭାବକଙ୍କ ଭିନ୍ନ ଭିନ୍ନ ମତ ନେଇ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
