ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତରେ ଜବରଦଖଲ ଉଚ୍ଛେଦ ଆରମ୍ଭ । କଡା ସୁରକ୍ଷାରେ ଉଚ୍ଛେଦ ଚାଲିଛି । ୧୨୪ ଟି ପରିବାରଙ୍କୁ ଉଚ୍ଛେଦ କରାଯାଇଛି । ଗତ ମେ ମାସ ୨୧ ତାରିଖରେ ଜବର ଦଖଲ ଉଛେଦକୁ ନେଇ ଦେଖାଦେଇଥିଲା ବିବାଦ । ତିଖିରି ସରପଞ୍ଚ ଚାମେଲୀ ଓଝା ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ହୋଇଥିଲା । କଡା ସୁରକ୍ଷା ଭିତରେ ଜବର ଦଖଲ ଉଛେଦ ଚାଲିଥିବା ବେଳେ ସରପଞ୍ଚ ଚାମେଲୀ ଓଝା ପ୍ରଶାସନକୁ ଶୁଣେଇ ଛନ୍ତି ଚରମ ବାଣୀ l ଯଦି ଭାଙ୍ଗିବ ସବୁ ଅନାବାଦୀକୁ ଭାଙ୍ଗିବେ ବୋଲି ଦାବି କରିଛନ୍ତି l
