ପାଲନପୁର: ପ୍ରେମ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ ପ୍ରେମିକା, ପ୍ରେମିକ ଅମଙ୍ଗ ହେବାରୁ ରାସ୍ତାରୁ ହଟାଇଦେଲା ପ୍ରେମିକା । ଜୀବନରୁ ମାରିଦେଇ ପ୍ରମାଣ ନଷ୍ଟ କରିବାକୁ ପୋଡିଦେଲା । ଘଟଣା ଘଟିଛି ଗୁଜରାଟ ସାବରକଣ୍ଠରେ ଥିବା ଚିତୋଡ୍ ଥାନା ଅଂଚଳରେ । ମୃତକ ହେଉଛନ୍ତି ୪୫ ବର୍ଷୀୟ ପୋଲିସ ଏଏସଆଇ ଅଶ୍ୱିନ ତବିୟଦ । ସୂଚନା ଅନୁସାରେ ଚିତୋଡ ଥାନାରେ କାର୍ଯ୍ୟରତ ଅଶ୍ୱିନ ତାଙ୍କ ସହଯୋଗୀ ହେଡ୍ କନଷ୍ଟେବଳ ୩୭ ବର୍ଷୀୟ ଆଲଫା କଲାସ୍ୱାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ପରେ ଆଲଫା ପ୍ରେମ ସମ୍ପର୍କ ଭାଙ୍ଗିବାକୁ କହିଥିଲେ କିନ୍ତୁ ରାଜି ନଥିଲେ ଏଏସଆଇ । ତେଣୁ ରାସ୍ତାରୁ ହଟାଇବାକୁ ପ୍ରଥମେ ଅଶ୍ୱିନଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କାରରେ ଭର୍ତ୍ତି କରି ପୁରା କାରକୁ ଜାଳିଦେଇଛନ୍ତି ପ୍ରେମିକା ଓ ତାଙ୍କର ୩ ସହଯୋଗୀ । ଘଟଣାର ବହୁଦିନ ପରେ ତଦନ୍ତରେ ସତ ସାମ୍ନାକୁ ଆଣିଛି ଆରାବଲି ସ୍ଥାନୀୟ କ୍ରାଇମବ୍ରାଂଚ ।
କାର୍ରୁ ASIଙ୍କ ମୃତଦେହ ଉଦ୍ଧାର, ପ୍ରମାଣ ନଷ୍ଟ କରିବାକୁ ହତ୍ୟା ପରେ ପୋଡିଦେଲା କନଷ୍ଟେବଳ ପ୍ରେମିକା
