ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମହାପ୍ରଭୁଙ୍କ ନିକଟରେ କଲେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା

ପୁରୀ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟୁଇଟ୍‌ କରି ରାଷ୍ଟ୍ରପତି କହିଛନ୍ତି “ବିଶ୍ଵପ୍ରସିଦ୍ଧ ରଥଯାତ୍ରା…

ପ୍ରବଳ ବର୍ଷାରେ ଭିଜୁଛି ବଡ଼ଦାଣ୍ଡର ପଥ, ୪୫ ଘଣ୍ଟାରେ ୨୦୦ ମି.ମି ରେକର୍ଡ

ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ପ୍ରବଳ ବର୍ଷାରେ ଭିଜୁଛି ପୁରୀ ବଡ଼ଦାଣ୍ଡର ପଥ । ଆଜି ଦିନ ତମାମ ତୁହାକୁ ତୁହା…

୪ ବର୍ଷର ପୁଅକୁ କଟୁରୀରେ ହାଣି ହତ୍ୟା କଲା ବାପା

ଉଦଳା:ମୟୂରଭଞ୍ଜ ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ଜନ୍ମ କଲା ପୁଅକୁ କଟୁରୀରେ ହାଣି ହତ୍ୟା କଲେ ବାପା। ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି…

ହାତୀ ଆକ୍ରମଣରେ ଚାଲିଗଲା ଛାତ୍ରଙ୍କ ଜୀବନ

ବିଶ୍ରା:ଜଙ୍ଗଲ ନିକଟରେ ବଣୁଆ ହାତୀ ଆକ୍ରମଣରେ ଚାଲିଗଲା ୧୬ ବର୍ଷୀୟ ନାବାଳକ ଛାତ୍ରଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବନଖଣ୍ଡ ଅନ୍ତର୍ଗତ ସନ୍ତୋଷପୁର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ…

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ICCର ବଡ଼ ଘୋଷଣା, ବଦଳିଗଲା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ର ନିୟମ

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ICCର ବଡ଼ ଘୋଷଣା । ଆସୁଛି ନୂଆ ‘ସୁପର ସିରିଜ୍’ ଓ ‘ସୁପର ସେଭେନ୍’ ଫର୍ମାଟ୍। କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର! ଆସନ୍ତା ୨୦୨୭ ଦିନିକିଆ ବିଶ୍ବକପକୁ ଅଧିକ ରୋମାଞ୍ଚକର, ସଂଘର୍ଷପୂର୍ଣ୍ଣ ଏବଂ…

ଆରମ୍ଭ ହେଲା ଶ୍ରୀମନ୍ଦିର ନିମନ୍ତେ ଡିଜିଟାଲ୍‌ ହୁଣ୍ଡି ‘ସମର୍ପଣ ଆପ୍‌’

ଭୁବନେଶ୍ୱର/ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଡିଜିଟାଲ ଦାନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଜି (ବୁଧବାର) ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି…

ସିଏମଓରୁ ଫାଇଲ୍ ଗାଏବ ଘଟଣା: ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ସମନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି କମିଶନ ତଦନ୍ତ ସମ୍ବନ୍ଧୀୟ ଫାଇଲ୍ ନିଖୋଜ ଘଟଣାର ତଦନ୍ତକୁ ନେଇ କମିଶନରେଟ୍ ପୋଲିସ ତତ୍ପରତା ବଢ଼ାଇଛି। ଏହି ଘଟଣାରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ…

ଆମେରିକାର ବଡ଼ ଚେତାବନୀ! ରୁଷଠାରୁ ତେଲ କିଣିଲେ ୧୦୦% ଟାରିଫ୍ ଦେବ

ନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣୁଥିବା ଦେଶମାନଙ୍କ ବିରୋଧରେ ଆମେରିକା ନେଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ। କାରଣ ଆମେରିକୀୟ ସିନେଟରେ ଏକ ସଂଶୋଧିତ ବିଲ୍ ଉପସ୍ଥାପନ ହୋଇଛି, ଏଥିରେ ରୁଷରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ…

US ମିଣ୍ଟ ତିଆରିକରିବ ଡୋନାଲ୍ଡ ଟ୍ରମ୍ପଙ୍କ ଛବି ଥିବା ଡଲାରର ଖାସ ମୁଦ୍ରା, ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ହେବ ଜାରି

ୱାସିଂଟନ: ଆମେରିକା ଟ୍ରେଜରୀ ସେକ୍ରେଟାରୀ ସ୍କଟ ବେସେଣ୍ଟ ବୁଧବାର କହିଛନ୍ତି ଯେ ଆମରିକା ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ୟୁଏସ ମିଣ୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନୂଆ ଡଲାରର ମୁଦ୍ରା ତିଆରି ଆରମ୍ଭ କରିବ। ଏହି ମୁଦ୍ରାର ଗୋଟିଏ ପଟେ…

ପାରାଦୀପ – ହରିଦାସପୁର ଦୋହରିକରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ସାତଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । କେନ୍ଦ୍ର କ୍ୟାବିନେଟରେ ପାରାଦୀପ – ହରିଦାସପୁରର ଦୋହରିକରଣକୁ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହାସହିତ ରାଜଖରସ୍ୱାନ ଓ ଡାଙ୍ଗୋପୋସିର ଚତୁର୍ଥ ଲେନ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି…